ଯାଜପୁରରୁ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ,ରାଜ୍ୟରେ ୧୪୭ ପହଞ୍ଚିଲା ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୪୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ୨ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସରକାରୀ ୱେବସାଇଟରୁ ସୂଚନା । ଏହି ଆକ୍ରାନ୍ତକୁ ମିଶାଇ ଯାଜପୁରରେ ୩୮ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ରାଜ୍ୟରେ ୧୪୭ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟ । ୧୦୫ ଜଣ ଆକ୍ରାନ୍ତ ଏବେବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।