ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: କୁକୁଡା ଫାର୍ମକୁ ବୋମା ମାଡ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ । କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଅବସ୍ଥିତ ଦ୍ଵିତୀକୃଷ୍ଣ ସାହୁଙ୍କ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ବୋମାମାଡ ହୋଇଥିଲା । ଏହି ଘଟଣାରେ ଗତ ମେ ମାସରେ ମୁନା ଗୌଡ଼ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋଦଳା ପୋଲିସ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାଇୟୀ, ଗତ ଏପ୍ରିଲ ୧୭ ତାରିଖରେ ୩ ଜଣ ଯୁବକ ଫାର୍ମର ମାଲିକ ଓ କର୍ମଚାରୀଙ୍କୁ ଦାଦା ବଟି ମାଗିଥିଲେ। ନହେଲେ ବୋମା ମାଡ଼ କରି ସମସ୍ତଙ୍କୁ ଉଡାଇଦେବୁ ବୋଲି କହି ପଳାଇଥିଲେ। କିନ୍ତୁ ପରେ ୧୯ ତାରିଖ ରାତିରେ ଉକ୍ତ ଯୁବକ ମାନେ ଫାର୍ମ ଉପରେ ବୋମାମାଡ କରି ଫେରାର ହୋଇଯାଇଥିଲେ। ମାଲିକ କୋଦଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା ନଂ ୧୭୩/୩୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ୍, ୬ ଟି ଗୁଳି, ଗୋଟିଏ ମୋଟରସାଇକେଲ ଓ କିଛି ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି ।