ଛତିଶଗଡ ଗୋମେ ଜଙ୍ଗଲରେ ବିଏସଏଫ ଦ୍ୱାରା ଏନକାଉଣ୍ଟର ; ୨ମାଓ ନିହତ

ଛତିଶଗଡ : ଛତିଶଗଡ କାଂକେର ଜିଲ୍ଲାରେ ବିଏସଏଫ ଦ୍ୱାରା ଏନକାଉଣ୍ଟରରେ୨ ମାଓବାଦୀ ମୃତ୍ୟୁ ହୋଇଥବା ଜଣାପଡିଛି । ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଖବର ପାଇ କୋଏଲାବାଡି ଥାନା ଅନ୍ତର୍ଗତ ଗୋମେ ଜଗଂଲରେ ଡିଆରଜି, ବସ୍ତର ଟାଇଗର୍ସ ଓ ବିଏସଏଫ ଯବାନ ଅପରେସନ କରିଥିଲେ । ଗୁଳିବିନିମୟ ବେଳେ ଘଟଣାସ୍ଥଳରୁ ଦୁଇ ପୁରୁଷ ମାଓବାଦୀଙ୍କ ମର ଶରୀର ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଇନସାସ ରାଇଫଲ ଓ ଦେଶୀ ବନ୍ଧୁକ ଜବତ ହୋଇଛି ।