ଗୋଟିଏ ଦିନରେ ଗଲା ୨ ଜଣଙ୍କ ଜୀବନ, ଥଣ୍ଡା କାଶ ଛିଙ୍କ ହେଉଥିଲେ ସାବଧାନ, ଆପଣଙ୍କୁ ଆଟାକ କରି ଥାଇପାରେ ଏଚ୩ଏନ୨ ଭାଇରସ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ ଏଚ୩ଏନ୨ ଭାଇରସ ପ୍ରଥମ ଥର ପାଇଁ ଭାରତରେ ୨ ଜଣ ବ୍ୟକ୍ତିଙ୍କ ପ୍ରାଣ ନେଇଛି । ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ଇନଫକ୍ଳୁଏନ୍ଜାରେ ଆକ୍ରାନ୍ତ ହୋଇ ଏହି ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି । ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତି ହରିୟାଣାର ଆଉ ଜଣେ କର୍ଣ୍ଣାଟକର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଦେଶରେ ବର୍ତମାନ ଏଚ୩ଏନ୨ ଭାଇରସରେ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଶରୀରରେ ଏଚ୩ଏନ୨ ଭାଇରସ ଚିହ୍ନଟ କରାଯାଇଛି । ତେବେ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟା ପନ୍ନ ନାହିଁ । ଏମାନଙ୍କୁ ଅବଜରବେସନରେ ରଖା ଯାଇଛି । ତା ସହ ସ୍ୱତନନ୍ତ୍ର ଭାବେ ଚିକିତ୍ସା କରା ଯାଉଛି । ଏମାନଙ୍କୁ ସର୍ବସାଧାରଣକୁ ଯିବା ପାଇଁ ବାରଣ କରା ଯାଇଛି । ତେବେ ବିଗତ ୨ ମାସ ହେବ ଦେଶରେ ଥଣ୍ଡା କାଶ ଜ୍ୱରରେ ପୀଡିତ ହେଉଥିବା ଲୋକଙ୍କ ସଂଖ୍ୟା ଅଶାତୀତ ବଢି ଯାଇଛି । ଆଉ ଏ ମାନଙ୍କ ମଧ୍ୟରୁ ଅଧିକାଂଶ ଏଚ୩ଏନ୨ ଭାଇରସରେ ପୀଡିତ ଥାଇପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି ।
ଏହି ଭାଇରସ୍ ହଂକଂ ଫ୍ଳୁ ଭାବେ ଜଣାଶୁଣା । ଇନଫକ୍ଳୁଏନ୍ଜା ‘ଏ’ ର ସବ୍ ଭ୍ୟାରିଏଣ୍ଟ ହେଉଛି ଏଚ୩ଏନ୨ । ଅନ୍ୟ ସବୁ ଭ୍ୟାରିଏଣ୍ଟ ଅପେ କ୍ଷା ଏଚ୩ଏନ୨ ଭାଇରସ ଦ୍ୱାରା ଆକ୍ରାନ୍ତ ରୋଗୀ ହସପିଟାଲରେ ଭର୍ତି ହେବାର ଯଥେଷ୍ଟ ଆଶଙ୍କା ରହିଛି । ଭାରତୀୟ ସ୍ୱାସ୍ଥ୍ୟ ବିସେଷଜ୍ଞଙ୍କ ସୂଚନା ଅନୁସାରେ ଏହି ଭାଉରସ ଦେଶରେ ଦ୍ରୁତଗତିରେ ବୟାପିବାରେ ଲାଗିଛି । ଏହା ଦ୍ୱାରା ଥଣ୍ଡାକାଶଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏତି ପାଇଁ ଲୋକମାନେ ପ୍ଳୁଂ ଜନିତ ରୋଗରେ ବେଶି ସଂକ୍ରମିତ ହେଉଛନ୍ତି । ଏହା ମନୁଷ୍ୟ ଶରୀରରେ ୭ ଦିନରୁ ଅଧିକ ସମୟ ରହୁଛି । ଏହା ଦ୍ୱାରା ଅ୍ୟ ରୋଗରେ ମଧ୍ୟ ଲୋକମାନେ ପୀଡିତ ହେଉଥିବା ଦେଖିବାକୁ ମିଲିଛି ।
ଦେଶରେ କେବଳ ଏଚ୩ଏନ୨ ଓ ଏନ୧ଏଚ୧ ଭାଇରସ ଏବେ ଚିହ୍ନଟ ହୋଇଛି । ଉଭୟ ଭାଇରସରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଶରୀରରେ କୋଭିଡ୍ ଭଳି ଲକ୍ଷଣ ଦେଖା ଯାଉଛି । ୟେବେ ଠୁ ଏହି ଭାଇରସ ଆସିଛି ସେବେଠୁ ଏହି ଲକ୍ଷଣ ସମାନ ଆକାରରେ ଦେଖା ଦେଉଛି । କରୋନାରେ ୨ବ୍ର୍ ପୀଡିତ ହେବା ପରେ ପୁଣି ସମାନ ଲକ୍ଷଣ ସମସ୍ତଙ୍କୁ ଆତଙ୍କିତ କରୁଛି ।
ସ୍ୱାସ୍ଥ୍ୟ ବିଶେଷ ଜ୍ଞ କହିଛନ୍ତି ଏହି ଭାଇରସର ସଂକ୍ରମଣ କ୍ଷମତା ଖୁବ୍ ଅଧିକ । ସଂକ୍ରମିତ ଲୋକଙ୍କ ସହ ମିଶିଲେ ଏହା ସହଜରେ ବ୍ୟାପିଥାଏ । ତେଣୁ ସମସ୍ତେ କୋଭିଡ୍ ଜନିତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ବୟସ୍କ ଓ ଛୋଟ ପିଲାଙ୍କୁ ଏହାର ଅଧିକ ବିପଦ ରହିଛି । ଏହା ସହ ଏକାଧିକ ରୋଗରେ ପୀଡିତ ଓ ରୋଗ ପ୍ରତିଶେଧକ ଶକ୍ତି କମ ଥିବା ଲୋକଙ୍କୁ ଏହା ସହଜରେ ସଂକ୍ରମଣ କରିବାର ସମ୍ଭାବନା ରହିଛି । ଏତିରୁ ବର୍ତିବା ପାଇଁ ଆପଣ ଉପରୋକ୍ତ ସତର୍କତା ମାନନ୍ତୁ ।
୧- ଲକ୍ଷଣ ଥିଲେ ହାତକୁ ସାବୁନରେ ନ ହେଲେ ସାନିଟାଇଜରରେ ଭଲ ଭାବେ ସଫା କରନ୍ତୁ ।
୨- ମାସ୍କ ପିନ୍ଧନ୍ତୁ, ଅଯଥାରେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ।
୩- କାଶ ଛିଙ୍କ ବେଳେ ମୁହଁକୁ ଘୋଡାଇ ରଖନ୍ତୁ ।
୪- ଆଖି କାନ ନାକୁ ବାରମ୍ବାର ଛୁଁଅନ୍ତୁ ନାହିଁ ।
୫- କାହା ସହିତ ହାତ ମିଳାନ୍ତୁ ନାହିଁ କି ଛେପ ପକାନ୍ତୁ ନାହିଁ ।
୬- ପ୍ରଚୁର ପରିମାଣରେ ପାଣି ଓ ଜୁସ୍ ପିଅନ୍ତୁ ।
୭- ଜ୍ୱାର ଓ ଦେହ ପୀଡା ପାଇଁ ପାରାସିଟାମଲ୍ ବଟିକା ଖାଆନ୍ତୁ
୮- ଅନାବଶ୍ୟକୀୟ ଭାବେ ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ ।
ଭରତୀୟ ମେଡିକାଲ ସଂଘ ବି ଛୋଟମୋଟ ଥଣ୍ଡ. କାଶ , ଜ୍ୱରରେ ଆଣ୍ଟିବାୟୋଟିକ୍ ଖାଇବାକୁ ବାରଣ କରିଛି । କେବଳ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଆନ୍ତୁ । ଯଦି ଲକ୍ଷଣ ନାହିଁ ତାହେଲେ ଜମାରୁ ଔଷଧ ଖାଆନ୍ତୁ ନାହିଁ ।