କେନ୍ଦୁଝର: ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଜଣକୁ ଧକ୍କା ଦେଇ ଟ୍ରକ ଟି ପଳାଇ ଯିବା ସମୟରେ ରସ୍ତା ପାର୍ଶ୍ଵ ରେ ଛିଡା ହୋଇଥିବା ଅନ୍ୟଜଣଙ୍କ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି ।ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ । ୨୦ ନଂ ଜାତୀୟ ରାଜପଥ ଦୋକାନ ନିକଟରେ ଛିଡା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ହୋଇଥିଲା ଦୁର୍ଘଟଣା। ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ମୃତକ ମାନେ ହେଲେ ହିନ୍ଦୋଳ ଥାନା ଅଞ୍ଚଳର ତାପସ ନାଏକ ଓ ଅନ୍ୟ ଜଣେ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।