କାଳବୈଶାଖୀ ତାଣ୍ଡବରେ ୨ ମୃତ,୩ ଗୁରୁତର

ନୟାଗଡ: କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇ ଦୁଇଟି ପୃଥକ ସ୍ଥାନରେ ୨ ଜଣଙ୍କର ମୃତ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ 4ଟା ସମୟରେ ଖଣ୍ଡପଡା -ଖଲିସାହି ରାସ୍ତା ଅଁଳାପଟା ଠାରେ ୪ ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ସମୟରେ କାଳବୈଶାଖୀପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଆହତ ହୋଇଥିଲେ। ଏବଂ ମୃତକ ଜଣଙ୍କ ହେଲେ ଖଲିସାହି ଗ୍ରାମର ରଶ୍ମିତା ନାୟକ। ସେହିଭଳି କାଳବୈଶାଖୀ ପ୍ରଭାବ ଯୋଗୁଁ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣକ ର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ମାଧବ ବେରେନି ଗ୍ରାମର ପଦ୍ମନାଭ ଖଟୁଆ । ସୂଚନା ଅନୁସାରେ ପଦ୍ମନାଭ ଆଇସ୍କ୍ରିମ ବେପାର ସାରି  ଅପରାହ୍ନରେ ନିଜ ଘରକୁ ଫେରିବା ବାଟରେ ଆମ୍ବ ଗଛଡ଼ାଳ ଭାଙ୍ଗି ଯାଇ ପଦ୍ମନାଭ ଙ୍କ ମୁଣ୍ଡରେ ପଡ଼ି ଯାଇଥିଲା ।ସ୍ଥାନୀୟ ଜନସାଧାରଣ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପଦ୍ମନାଭ ଖଟୁଆଙ୍କୁ ନିକଟସ୍ଥ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।ସେଠାରେ ପଦ୍ମନାଭ ଙ୍କ ମୁଣ୍ଡ ଫାଟି ଅତ୍ୟଧିକ ରକ୍ତସ୍ରାବ ହେଉଥିବାବେଳେ ଡାକ୍ତର ମଧୁସୂଦନ ଦାସ ପଦ୍ମନାଭ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ସ୍ଥଳରେ ଗଣିଆଥାନା ଅଧିକାରୀ ବିମଳ କୁମାର୍ ମଲ୍ଲିକ ପହଞ୍ଚି ପଦ୍ମନାଭ ଙ୍କ ଆଇସ୍କ୍ରୀମ ଗାଡ଼ିକୁ ଜବତ କରି ତଦନ୍ତ ଚଲାଇଛନ୍ତି।