ଛାତ ଭୁଶୁଡି ଗୋଟିଏ ପରିବାରରୁ ୨ମୃତ ଓ ୩ଗୁରୁତର

0

ବ୍ୟୁରୋ: ଛାତ ଭୁଶୁଡି  ଗୋଟିଏ ପରିବାରରୁ  ୨ ମୃତ ଓ ୩ ଗୁରୁତର ।ବିହାର  ନାଳନ୍ଦା ଜିଲ୍ଲା ମନପୁର  ଥାନା  ଅନ୍ତର୍ଗତ ହରଗୱାନ ଗ୍ରାମର ଏକ ଘରର ଛାତ ଭୁଶୁଡି  ୨ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି  । ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ବର୍ଷା ହେଉଥିବା ସମୟରେ ଏକ ଘରର ଛାତ ଭୁଶୁଡି ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି  । ଘଟଣାଟି ମନପୁର ଥାନା ଅନ୍ତର୍ଗତ ହରଗଓ୍ଵାନ ଗ୍ରାମରେ ବସବାସ କରୁଥିବା ବାଲେଶ୍ୱର ପାସଓ୍ଵାନଙ୍କ ଘର ଛାତ ଭୁଶୁଡିବା ଫଳରେ ଘଟିଛି । ଦୁର୍ଘଟଣାରେ ବାଲେଶ୍ୱର ପାସଓ୍ଵାନଙ୍କ ୬୩ ବର୍ଷୀୟ ସ୍ତ୍ରୀ ଶ୍ୟାମ ସୁନ୍ଦରୀ ଦେବୀ ଏବଂ ପଡୋଶୀ ରାଜନ ପାସଓ୍ଵାନଙ୍କ ୨୬ ବର୍ଷୀୟ ସ୍ତ୍ରୀ ରଞ୍ଜୁ ଦେବୀଙ୍କର ମୃତ୍ୟୁ ଘଟିଛି । ତେବେ ସେହି ଦୁର୍ଘଟଣାରେ ଶ୍ୟାମ ସୁନ୍ଦରୀ ଦେବୀଙ୍କ ବୋହୂ ଆଶା ଦେବୀ, ନାତି ଅଙ୍କୁଶ କୁମାର ଏବଂ ନାତୁଣୀ ନିକିତା କୁମାରି ଗୁରୁତର ଆହତ ହୋଇଛନ୍ତି । ଖବର ମିଳିବା ମାତ୍ରେ ମନପୁର ଥାନା ଅଧିକାରୀ ମୁକେଶ କୁମାର ହସ୍ପିଟାଲରେ ପହଞ୍ଚି ଥିଲେ । ଘରର ଛାତ ଭୁଶୁଡିବା ଫଳରେ ଏହିପରି ଦୁର୍ଘଟଣା ଘଟିଛି ସୂଚନା ଦେଇଥିଲେ। ଏହା ପରେ ପରିବାର ଲୋକଙ୍କ କହିବା