କାନକଟା ଘାଟିରେ ଓଲଟିଲା ବସ୍ ୨ ମୃତ, ୧୫ ଆହତ

ବ୍ରହ୍ମପୁର: ଘାଟିରେ ଓଲଟିଲା ବସ୍ । ୨ ମହିଳା ମୃତ,୧୫ଜଣ ଗୁରୁତର ହୋଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପାତ୍ରପୁର ବ୍ଲକ କାନକଟା ଘାଟିରେ । ବସଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିଲା। ମୃତକଙ୍କ ମଧ୍ୟରୁ ଜଣେ ମୋହନାର ଓ ଅନ୍ୟ ଜଣେ ପାତ୍ରପୁର ବ୍ଲକର ବୋଲି ଜଣାପଡିଛି । ଆହତମାନଙ୍କୁ ବର୍ତ୍ତମାନ ପାତ୍ରପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବସଟି ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଏଥିରେ ସହଯୋଗ କରିଛନ୍ତି।