ମହାରାଷ୍ଟ୍ର : ଆଜି ସକାଳୁ ଥରିଛି ମାହାରାଷ୍ଟ୍ର । ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଓ ୩.୬ ରେକର୍ଡ କରାଯାଇଥିବା କୁହାଯାଉଛି । ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତାହାର ତୀବ୍ରତା ୪.୫ ରହିଥିଲା ।ସେହିପରି ଭୂକମ୍ପର ଦ୍ୱତୀୟ ଝଟକା ସକାଳେ ୬ଟା ୧୯ ମିନିଟରେ ଅନୁଭୂତ ହୋଇଥିଲା ।ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।