ରେଳ ଧାରଣା ପଡିଛି ଖଣ୍ଡ ବିଖଣ୍ଡିତ ମୃତ ଦେହ

କୋରାପୁଟ/ସୁନ୍ଦର କୁମାର ପାଣି : କୋରାପୁଟ ଜିଲ୍ଲା ଜର୍ଟି ରେଳ ଷ୍ଟେସନ ନିକଟରେ ଘଟିଛି ଅଭାବନୀୟ ଘଟଣା । ରେଳ ଧାରଣାରେ ପଡିଛି ଦୁଇ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଟ୍ରେନରୁ ଖସି ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।