କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ଗାଞ୍ଜଇ ସହ ବାଇକ୍ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ବନ୍ଧଗଡ ଛକରୁ ୨୪ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ୫ ଜଣ କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ରାଣୀକିଆରୀ ଥାନା ଅଧୀନ ତାରା ସିଂ ଗ୍ରାମ ଭଞ୍ଜ ପ୍ରଧାନ, କୋକାଲାବ ଥାନା ଅଧୀନ ତାରା ସିଂ ଗ୍ରାମ ରାଜେଶ କୁମାର ପ୍ରଧାନ, କୋକାଲାବ ଥାନା ଅଧୀନ ତାରା ସିଂ ଗ୍ରାମର ଗଙ୍ଗା ପ୍ରଧାନ, ଆଶିଷ କୁମାର ବିଷୋୟୀ । ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କିତ ମାମଲାରେ କେସ୍ ନମ୍ବର ୧୬୮/୨୦୨୩ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇ ଫିରିଙ୍ଗିଆ ରୁ ଭଞ୍ଜନଗର ଚୋରା ଚାଲାଣ କରାଯାଥିଲା ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।