ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ

ବ୍ରହ୍ମପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ । ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳା । ତେବେ ଦୁଇ ଜର ବାଇକ୍ ଯୋଗେ  ଘରକୁ ଫେରିଥିବାବେଳେ ଘଟିଥିଲା ଏଭଳି ଅଘଟଣ । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।