ଗୋପ ଥାନା ହାଜତରୁ ଫେରାର ହେଲେ ୨ ଅଭିଯୁକ୍ତ

ପୁରୀ:- ପୁରୀ ଜିଲ୍ଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍‌ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା ବାହାନାରେ କେମିତି ଥାନାରୁ ଏତେ ସହଜରେ ଅପରାଧୀ ଖସି ଚାଲିଗଲେ ସେନେଇ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।