ବାଙ୍କପାତ୍ରୀ ସହ 2 ଗିରଫ

ହିଞ୍ଜିଳି/ରଜନୀକାନ୍ତ ପାତ୍ର : ଆଜି ଶେରଗଡ଼ ପୋଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି । ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର ପ୍ରମୋଦ ଚନ୍ଦ୍ର ପଣ୍ଡା(୪୦), ସ୍ତ୍ରୀ ରିଙ୍କି ପଣ୍ଡା(୩୧),ଦୁଇ ଝିଅ ଗିରିଜା ଓ ଅଙ୍କିତାଙ୍କ ସହ କରଡକଣା ଅଭିମୁଖେ ଏକ ଏକ୍ସଲ ନମ୍ବର ଓଆର ୦୭ ଭି ୯୫୩୭ ଯୋଗେ ଯାଉଥିବାବେଳେ ହରିକୃଷ୍ଣପୁର ଠାରେ ହଠାତ ଗୋଟିଏ ବାଇକରେ ୨ ଜଣ ଅଜଣା ଯୁବକ ଆସି ରିଙ୍କି ପଣ୍ଡାଙ୍କ ବେକରୁ ଗୋଟିଏ ବାଙ୍କପାତ୍ରୀ ଛଡାଇ ନେଇ ଚାଲିଯାଇଥିଲେ । ଯାହା ଫଳରେ ପେମୋଦ ଚନ୍ଦ୍ର ପଣ୍ଡା ଏନେଇ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ମାସେ ପରେ ଆଜି ଶେରଗଡ଼ ପୋଲିସ ଦ୍ୱାରା ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମର ସାଗର ଓରଫ ପିଣ୍ଟୁ ସାହୁ (୨୮) ଓ ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ସ୍ଥିତ ଡେରା ସାହିର ଉମା ଶଙ୍କର ଶତପଥୀ(୩୨) ନାମକ ଦୁଇ ଜଣଙ୍କୁ ଗିରଫ କରି ସେମାଙ୍କଠାରୁ ଏକ ବାଙ୍କପାତ୍ରୀ ଜବତ କରିଛି, ଏ ନେଇ ଶେରଗଡ଼ ଥାନାଧିକାରିଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଦିନକୁ ଦିନ ଶେରଗଡ଼ ଅଞ୍ଚଳରେରେ ବିଭିନ୍ନ ପ୍ରକାର ଅପରାଧିକ କାର୍ୟ୍ୟ କଳାପ ମାତ୍ରା ବଢ଼ିବାରେ ଲାଗିଛି ଯାହାଦ୍ୱାରା ଶେରଗଡ଼ ପୋଲିସକୁ ଏକ ଚ୍ୟାଲେଞ୍ଜ ମୂଳକ ପରିସ୍ଥିତି ସୃଷ୍ଟି କରିଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।