ବକ୍ସିବଜାରରେ ଲାଗିଲା ୧୭ ସିସିଟିଭି

(ଜଗନ୍ନାଥ ମହାନ୍ତି / କଟକ) : କଟକ ସହରର ଅନ୍ୟତମ ବ୍ୟସ୍ତ ବହୁଳ ଅଞ୍ଚଳ ବକ୍ସିବଜାର ଅଞ୍ଚଳରେ ବକ୍ସିବଜାର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଲାଗିଲା ୧୭ ଟି ସିସିଟିଭି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଡ଼ିସିପି ପ୍ରତୀକ ସିଂ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ୨ଲକ୍ଷ ଟଙ୍କା ଖର୍ଚ୍ଚରେ ଲାଗିଥିବା ଏହି ୧୭ ଟି ସିସିଟିଭି ବକ୍ସିବଜାର ସାହିର ବିଭିନ୍ନ ଅଞ୍ଚଳରେ ୨୪ ଘଣ୍ଟା ନଜର ରଖି ପାରିବ। ସବୁଠାରୁ ବଡ଼ କଥା ହେଲା ଏହି କ୍ୟାମେରାର ଭିଜୁଆଲ ଫାଇବର ଅପ୍ଟିକାଲ ମାଧ୍ୟମରେ ସିଧା ସଳଖ ଭାବରେ କଟକ ଡିସିପିଙ୍କ କଣ୍ଟ୍ରୋଲ ରୁମରେ ପହଞ୍ଚିବ। ଯାହା ଫଳରେ ଉକ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କୁ ସଠିକ ଭାବରେ ପରିଚାଳନା କରାଯାଇପାରିବ।