ରୋଗୀକୁ ମିଳୁନି ସରକାରୀ ଔଷଧ, ରାସ୍ତାରେ ପଡିଛି

(ଝାରସୁଗୁଡା) ; ଗରିବଙ୍କ ପାଇଁ ସରକାର ବ୍ୟବସ୍ଥା ଉପରେ କରୁଛନ୍ତି , କିନ୍ତୁ ଏଠି ସବୁ ଅବ୍ୟବସ୍ଥିତ । ରୋଗୀଟିଏ ଡାକ୍ତରଖାନାରେ େଓøଷଧ ମିଳୁନଥିବାରୁ ହଇରାଣ ହେଉଛନ୍ତ । ଏପଟେ ରାସ୍ତାରେ ଫୋପଡା ହୋଇଛି କୁଢ କୁଢ ସରକାରୀ େଓøଷଧ । ଝାରସୁଗୁଡା କୋଲାବିରା ରାସ୍ତାର ପୁର୍ଣ୍ଣା ନିକଟସ୍ଥ ଏକ ଅପନ୍ତରିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଫୋପାଡ଼ି ଦିଆଯାଇଛି। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବହୁ ଦୂରରେ ଏହି ଔଷଧ ଫିଙ୍ଗି ଦିଆଯାଇଥିବା ବେଳେ ଏହା କେଉଁ ପରିସ୍ଥିତିରେ ଏଠାରେ ପଡିଲା ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣା ନଥିବା କହିଛନ୍ତି।। ରାସ୍ତାରେ ପଡିଥିବା ଔଷଧ ଗୁଡିକ ନିରାମୟ ଯୋଜନାରେ ରୋଗୀଙ୍କ ପାଇଁ ଆସିଥିବା ଜଣାପଡିଛି।