ଚୋରି ଅଭିଯୋଗରେ ୫ ଗିରଫ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଶେରଗଡ ସ୍ଥିତ ଅରବିନ୍ଦ ଶିଶୁ ବିଦ୍ୟା ନିକେତନରୁ ନଗଦ ୨୫ ହଜାର ଓ କାଳିଆ ହୋଟେଲ ଛକରେ ଥିବା ଗ୍ରସରି ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଶେରଗଡ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସ.ଡ.ପିଓ ଉମା ଶଙ୍କର ସିଂ ଓ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ ।
ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଉଛନ୍ତି କେରିକେରିଝୋଲାର ସନ୍ତୋଷ ପଟ୍ଟନାୟକ, ତୋଟାସାହିର କାଳିଆ ଗୌଡ଼, ଖଣ୍ଡିଆ ସାହିର ଜିତୁ ଗୌଡ଼, ଆନ୍ଧ୍ର ବ୍ୟାଙ୍କ ନିକଟ ସାହିର ସତ୍ୟନାରାୟଣ ପାଢ଼ୀଙ୍କଚ ପୋଲିସ ଗିରଫ କରିଛି । ୫ଜଣଙ୍କୁ ଆଜି ପ୍ରଥମେ ଶେରଗଡ ପରେ ଆସିକା ଜେଲକୁ ପଠାଯାଇଛି ।
ଶେରଗଡ଼ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ, ଗତ ୩ ତାରିଖ ବିଳମ୍ବିତ ରାତିରେ ଶେରଗତ ବଜାର ଛକର ଏକ ଗ୍ରସରୀ ଦୋକାନରୁ କିଛି ଦୁର୍ବୁତ୍ତ ୧୩ ଟି ତେଲ ଟିଣ ୭ ଟି ଘିଅ ଥିବା ପେଢ଼ି ଚୋରି କରିଥିବା ଦୋକାନ ମାଲିକ ସନ୍ତୋଷ ବାଡ଼ତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଶେରଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ୨୩ ତାରିଖ ରାତିରେ ଆସିକା ରାସ୍ତାରେ ଥିବା ଅରବିନ୍ଦ ଶିଶୁ ବିଦ୍ୟା ନିକେତନରେ ପଶି ଦୁର୍ବୃତ୍ତ ବିଦ୍ୟାଳୟର ଚାବି ଭାଙ୍ଗି ବିଦ୍ୟାଳୟ ଆଲମାରୀରୁ ନଗଦ ୨୫ ହଜାର ଟଙ୍କା ଓ ପାଣିପମ୍ପ ଚୋରି କରି ନେଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ଗୌଡ଼ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ଏସ ଆଇ ବିଦେଶୀ ସେଠି ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିବା ପରେ ଏହି ୫ ଜଣଙ୍କୁ ଗିରଫ କରିଛନ୍ତି ।