ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଲେ 194ଜଣ ଛାତ୍ର ଛାତ୍ରୀ

ବଡ଼ଚଣା / ବେଦପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଶିକ୍ଷା ଅଧିନରେ ଥିବା ଗତ କାଲି ମାଟ୍ରିକ ପରୀକ୍ଷା ର ପ୍ରଥମ ଦିନରେ ଛତିଆ କେନ୍ଦ୍ର ରେ ମୋଟ ୧୯୭ଜଣ ପରୀକ୍ଷର୍ଥୀ ଙ୍କ ମଧ୍ୟରୁ ୧୯୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବାକି ତିନି ଜଣ ପରୀକ୍ଷର୍ଥୀ ଅନୁପସ୍ଥିତ ରହିଥିଲେ । ଏହି ଛତିଆ ସେଣ୍ଟର ଗୁଡିକରେ ଛତିଆ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ , ବୈରୀ ହାଇସ୍କୁଲ , ବନ୍ଦାଳ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ ଓ ଗୋପୀନାଥପୁର ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ସହ ସାହିତ୍ୟ ମାତୃଭାଷା ପରୀକ୍ଷା ଦେଇଥିଲେ । ପରୀକ୍ଷା ଆରମ୍ବ ରୁ BEO  ବଡ଼ଚଣା ଶ୍ରୀମତୀ ସବିତା ସାହୁ ସେଣ୍ଟରରେ ପହଞ୍ଚି ତଦାରଖ କରିଥିବା ଦେଖିବାକୁ ମିଳିଥିଲା। ସୁପାରିଟେଣ୍ଡେଣ୍ଟ ପର୍ଶୁକାନ୍ତ ଜେନା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅତି ସୁନ୍ଦର ଭାବରେ ପରୀକ୍ଷା ହଲ ଭିତରେ ରହି ପରୀକ୍ଷା ପରିଚାଳନା କରିଥିଲେ। ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।