ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ

ଭୁବନେଶ୍ୱର: ଆଜି କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସୀକୃତି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଘରକୁ ନେଇ ବିଜେଡି –ବିଜେପି ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିବାରୁ ଅନେକଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।ସେଭଳି ଲୋକଙ୍କୁ ଘରପାଇଁ ସବ୍ସିଡ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । 4ଟି ସ୍ଲାବରେ ଲୋନ ମିଳିବ । 1 ଲକ୍ଷ, 1.50 ଲକ୍ଷ, 2 ଲକ୍ଷ ଓ 3 ଲକ୍ଷ । 10 ବର୍ଷରେ ଏହି ଲୋନ ସୁଝିବାକୁ ପଡିବ । ଏହା ସହ ବର୍ଷଟେ ମୋରାଟୋରିୟମ ପରିୟଡ଼ ରହିବ । ଉଭୟ ସାଧାରଣ ଓ ଏସିଏସଟିଙ୍କ ଲଗ୍ଯ ସବସିଡି ବ୍ୟବସ୍ଥା ରହିଛି । 1 ଲକ୍ଷରେ ସାଧାରଣ ବର୍ଗ ପାଇଁ 30 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 40 ହଜାର, 1.50 ଲକ୍ଷରେ ସାଧାରଣ 45 ହାଜର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 55 ହଜାର, 2 ଲକ୍ଷରେ ସାଧାରଣଙ୍କ ପାଇଁ 60 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 70 ହଜାର, 3 ଲକ୍ଷରେ ମଧ୍ୟ 60 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 70 ହଜାର ସବସିଡି ବ୍ୟବସ୍ଥା ରହିଛି । ଯେଉଁମାନଙ୍କର ପକ୍କା ଘର ନାହିଁ କିମ୍ବା କଚ୍ଚା ଘରେ ରହୁଛନ୍ତି ସେମାନେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । ପରିବାରର ରୋଜଗାର ମାସକୁ 25 ହାଜରରୁ କମ ହୋଇଥିବ । ଘରେ କୌଣସି ପ୍ରକାର 4 ଚକିଆ ଯାନ ନଥିବ । ଘରର କୌଣସି ସଦସ୍ୟ ସରକାରୀ କିମ୍ବା ପିଏସୟୁରେ ଚାକିରୀ କରିନଥିବେ ଓ ପେନସନ ଗ୍ରହଣ କରୁନଥିବେ । ପରିବାର 5 ଏକରରୁ କମ ଜଳସେଚିତ ଓ 15 ଏକରୁ କମ ଅଣ ଜଳସେଚିତ ଜମି ଥିବ । ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଲୋନ ପାଇଁ ବ୍ୟାଙ୍କ କୌଣସି ପ୍ରସେସିଂ ଫି ମାଗିବ ନାହିଁ । ଏହି ଯୋଜନା ପାଇଁ ଏକ ୱେବ ପୋର୍ଟାଲ ଜାରୀ କରାଯିବ ।  https://rhodisha.gov.in/moghara ଜରିଆରେ ଆବେଦନ କରି ହେବ । 15 ଜୁନ 2023 ସୁଦ୍ଧା ଆବେଦନ ଗ୍ରହଣ କରାଯିବ । ହିତାଧିକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ପାସପୋର୍ଟ ସାଇଜ ଫଟୋ, ଆଧାର କାର୍ଡ, KYC documents (ଭୋଟର କାର୍ଡ, ପାନ କାର୍ଡ, ଜବ କାର୍ଡ, ଡ୍ରାଇଭିଂ ଲାଇସେନ୍ସ) । ଜାତି ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର, ଜମି ପ୍ରମାଣ ପତ୍ର ଆବଶ୍ୟକ ମୋ ଘର ଯୋଜନାରେ ନୂଆ ଘର ନିର୍ମାଣ, ଘର ସମ୍ପ୍ରସାରଣ, ପୁନଃ ନିର୍ମାଣ ଓ ଅଧା କାମ ସମ୍ପୂର୍ଣ୍ଣ କରିବା । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଲୋନ ଯୋଗାଇ ଦେବେ ସରକାର । ଏହା ସହିତ ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ ,ମିଶନ ଶନ୍ତି, ଇଲେକ୍ଟୋନିକ୍ସ ଓ ଆଇଟି, ଉଚ୍ଚ ଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉକିଛି ବିଭାଗର ପ୍ରସ୍ତାବ ଉପରେ କ୍ୟବିନେଟ ମୋହର ବାଜିଥିବା ଜଣାପଡିଛି ।