୨୫ ଲିଟର ମଦ ଜବତ: ଦୁଇ ଗିରଫ

ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ସଦର ଥାନା ପୋଲିସ ଲକଡାଉନ ସମୟରେ ଚୋରାରେ ମଦ ବିକ୍ରି କରୁଥିବା ସମୟରେ ଦୁଇ ଜଣକୁ ଗିରଫ କରିଛି । କୁକୁଡାଖଣ୍ଡିର ବାବୁଲା ସାହୁ (୫୧) ଏବଂ ନିମଖଣ୍ଡୀର ପ୍ରତାପ ସାହୁ (୫୫) ମଦ ବିକ୍ରି କରୁଥିବା ଖବର ପାଇ ସଦର ପୋଲିସ ଚଢ଼ାଉ କରିଥିଲା ।ଏନେଇ ଥାନାରେ ଦୁଇଟି ଏକ୍ସାଇଜ୍ କେସ୍ ନମ୍ବର ୧୪୫/୨୧ ଏବଂ କେସ୍ ନଂ ୧୪୬/୨୧ ରୁଜୁ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ ଲିଟର ମଦ ଜବତ କରାଯାଇଥିବା ସଦରଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।