ମୋଦିଜୀଙ୍କ ଅର୍ଥରେ ବଢୁଛି ବିଜେଡ଼ି ପାଣ୍ଠି: କାଳନ୍ଦୀ ସାମଲ

ଜ୍ୟୋତିରଂଜନ ଧର/ଅନୁଗୁଳ : ଅନୁଗୋଳ ଜିଲ୍ଲା ତାଳଚେର ବିଧାନସଭା କ୍ଷେତ୍ର କଣିହାଁ ବ୍ଲକ ମଣ୍ଡଳ ବିଜେପି ପକ୍ଷରୁ କଂସମୁଣ୍ଡାସ୍ଥିତ ମାଡ଼ୁଆ ମନ୍ଦିରଠାରେ ବିଜେପି ର୍କ୍ୟାକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦୀ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳକୁ ମଜଭୂତ କରିବାକୁ ହେଲେ ତୃଣମୂଳ ସ୍ତରରୁ କାର୍ଯ୍ୟକର୍ତାମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ । ମୋଦିଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । କଣିହାଁ ଓ ତାଳଚେରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚୁର ଅର୍ଥ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ନିଜ ନାଁରେ ଯୋଜନା କରି ବାହାବାଃ ନେଉଛନ୍ତି । ଅର୍ଥକୁ ହରିଲୁଟ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିଜ ହାତରେ ରଖି ବିକାଶରେ ବାଧକ ସାଜିଛନ୍ତି । ମୋଦିଜୀଙ୍କ ନୂଆଭାରତ ସ୍ୱପ୍ନ ସାକାର କରିବ ବିଜେପି । ଏଣୁ ଗରିବ ଲୋକଙ୍କ ପ।ଖକୁ ପହଁଚିବା, ସେମାନଙ୍କ ସୁଖଦୁଖରେ ସାମିଲ୍ ହେବା ବୋଲି ଶ୍ରୀ ସାମଲ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।