ନୂଆଦିଲ୍ଲୀ-: ଗୁରୁବାର ଦିଲ୍ଲୀର ହିଣ୍ଡନ ଏୟାରବେସରୁ ୧୬୦ ଜଣ ବାଂଲାଦେଶୀଙ୍କୁ ନିର୍ବାସିତ କରାଯାଇଛି । ସୂଚନା ଅନୁଯାୟୀ, ସେମାନଙ୍କୁ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତ୍ରିପୁରା ନିଆଯିବ ଏବଂ ତା’ପରେ ବାଂଲାଦେଶ ସୀମା ଦେଇ ସଡ଼କ ପଥରେ ବାଂଲାଦେଶକୁ ଫେରାଇ ଦିଆଯିବ। ଗତ ଗୋଟିଏ ମାସରେ, ଦିଲ୍ଲୀ ପୋଲିସ ୪୭୦ ଜଣ ଅବୈଧ ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଂଲାଦେଶକୁ ସ୍ଥାନାନ୍ତର କରିଛି । ସେମାନଙ୍କ ମଧ୍ୟରୁ ଏପରି ୫୦ ଜଣ ଲୋକ ଥିଲେ ଯାହାଙ୍କର ଭିସାର ମିଆଦ ଶେଷ ହୋଇଯାଇଥିଲା କିନ୍ତୁ ସେମାନେ ବାଂଲାଦେଶ ନଫେରି ଭାରତରେ ଅବୈଧ ଭାବରେ ରହୁଥିଲେ ।