ସୋନପୁର-: ସୋନପୁର ରାଜା ବୀରମିତ୍ରୋଦୟ ସିଂହଦେବଙ୍କ ୧୫୧ ତମ ଜୟନ୍ତୀ ଅବସରରେ ସୋନପୁର ଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ପୌର ପରିଷଦ ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପ ମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ରାଜା ପ୍ରତାପରୁଦ୍ର ସିଂହଦେବ ଏବଂ ରାଣୀ ଅମୁଲ୍ୟମଣି ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଭାବରେ ୧୮୭୪ ମସିହା ଜୁଲାଇ ମାସ ଆଜିର ତିଥିରେ ସେ ଜନ୍ମ ଗ୍ରହଣ କରିଥିଲେ । ରାଜା ବୀରମିତ୍ରୋଦୟଙ୍କ ସୋନପୁର ଅଞ୍ଚଳ ତଥା ରାଜ୍ୟର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହିଅଛି । ତେବେ ତାଙ୍କରି ସ୍ମୃତି ଚାରଣ କରି ସୋନପୁରର ଐତିହାସିକ ତଥା ଗବେଷକ ଡଃ ସୁଦାମ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଜାବତ୍ସଳ ରାଜା ଶ୍ରୀ ସିଂହଦେବଙ୍କ ଗୁଣ ଗାନ କରିଥିଲେ । ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ପୌର ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ଥିଲେ।