ବାଇଡେନଙ୍କ ଶପଥ ଗ୍ରହଣ ପରେ ୧୫୦ ସୁରକ୍ଷା କର୍ମୀ କରୋନା ଆକ୍ରାନ୍ତ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହିଂସା ଆଶଙ୍କାରେ କ୍ୟ।।ପିଟାଲ ହିଲକୁ ସଟଡାଉନ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଶପଥ ଉତ୍ସବ ପରେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ୧୫୦ରୁ ଅଧିକ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୟୁଏସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ହିଂସା ଆଶଙ୍କାରେ ହ୍ୱାଇଟ୍ ହାଉସ୍ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମୁତୟନ ହୋଇଥିଲା । ଓ୍ୱାଶିଂଟନରେ ୨୫ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିଲା । ଶପଥଗ୍ରହଣ ପରେ ଶୁକ୍ରବାର ସୁଦ୍ଧା ୧୫୦ରୁ ଅଧିକ ସୁରକ୍ଷା କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା
ଗୁରୁବାର ଆମେରିକାରେ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆମେରିକାରେ ଏବେସୁଦ୍ଧା ୪ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି । ତେବେ ଯବାନମାନଙ୍କ କରୋନା ବାବଦରେ ଚର୍ଚ୍ଚା ହେବ ନାହିଁ ବୋଲି କହିଛି ନ୍ୟାଶନାଲ ଗାର୍ଡସ୍ ।