(ଶୁଭସ୍ମିତା ଦାଶ): ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସଚିବାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମତେ ଅନ୍ୟ ବରିଷ୍ଠ ନେତା ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହ ପରିପେକ୍ଷୀରେ ସଂସ୍କୃତି ବିଭାଗ ପକ୍ଷରୁ ୫ ଟି ସବ୍ କମିଟି ଗଠନ କରାଯାଇଛି ଯଥାକ୍ରମେ କାର୍ଯ୍ୟକ୍ରମ ରୂପାୟନ ଉପ କମିଟି, ପ୍ରକାଶନ ଉପ କମିଟି, ପ୍ରଚାର ପ୍ରସାର ଉପ କମିଟି ଓ ସମନ୍ୱୟ ଉପ କମିଟି । ସେହିପରି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରରେ ପ୍ରଶାସନିକ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ରୂପାୟନ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ଆଠ ଜଣ ସଦସ୍ୟ ଅଛନ୍ତି । ଏହା ସହିତ ଜୟନ୍ତୀ କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯାଇ ଆସନ୍ତା ମାସ ଅକ୍ଟୋବର ୨ ତାରିଖରୁ ୨୦୨୦ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ସମାଜର ସବୁ ବର୍ଗ ଲୋକଙ୍କୁ ସାମିଲ କରି ଗାନ୍ଧୀଜୀଙ୍କ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାନ୍ଧୀ ଜୟନ୍ତୀର ସଫଳ ପାଳନ ପାଇଁ ସେ କମିଟିର ସବୁ ସଦସ୍ୟଙ୍କ ପ୍ରସ୍ତାବ ଆହ୍ୱାନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।