ଆରମ୍ଭ ହେଲା ଶିଶୁଙ୍କ ଟିକାକରଣ

0

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ । କେନ୍ଦ୍ରର ଗାଇଡଲାଇନ ଅନୁସାରେ ଚାଲିଛି ଟିକାକରଣ । କେବଳ କୋଭାକ୍ସିନ ଟିକା ଦିଆଯାଉଛି । ସକାଳ ୮ରୁ ଆରମ୍ଭ ହୋଇଥିବା ଟୀକାକରଣ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ପାଇଁ ପଞ୍ଜିକରଣ କରି ସାରିଛନ୍ତି । ରାଜ୍ୟରେ ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଦିଆଯିବ ଟିକା ।ପ୍ରଥମ ଡୋଜ୍ ନେବାର ୨୮ ରୁ ୪୨ ଦିନ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ୍ । କରୋନାରେ ପୀଡିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟୀକା ନେଇପାରିବେ ।