୧୪ତମ ସାତସାହି କଟକ ନୃତ୍ୟଉତ୍ସବ ଉଦଯାପିତ

କଟକ/ଚନ୍ଦ୍ରଶେଖର ପତି: ସାତସାହି କଟକ ନୃତ୍ୟ ଉତ୍ସବ ଯେପରି ଭାବରେ ସାଂସ୍କୃତିକ ଅନଷ୍ଠାନ ମାନଙ୍କୁ ମଞ୍ଚ ଦେଇ ଉତ୍ସାହିତ କରୁଛି ଠିକ ସେପରି ଭାବରେ କ୍ୟାନ୍ସର, ଥାଲାସେମିୟା ଅରଫାନ ମାନଙ୍କୁ ଆର୍ଥିକ ସହଯୋଗର ହାତ ବଢାଇବା ଆଜି ସମସ୍ତଙ୍କ ଉଦାହରଣ ବୋଲି ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ବିଶିଷ୍ଟ ଅତିଥି ମାନେ ଏହି ମତ ଦେଇଛନ୍ତି । ମହୋତ୍ସବର ଅନ୍ତିମ ସନ୍ଧ୍ୟା କୁ ସାଂସଦ ଅନୁଭବ ମହାନ୍ତି ଉଦଘାଟନ କରିଥିଲେ.ସଂମ୍ମାନିତ ଅତିଥି ଭାବରେ ବିଧାୟକ ମହମ୍ମଦ ମୋକିମ,ମେୟର ସୁବାଷ ଚନ୍ଦ୍ର ସିଂହ ଜିଲ୍ଲା ପରିଷଦ ଅଧକ୍ଷ କିଶୋର ମିଶ୍ର, ଏଡିଏମ ଶିବ ଟପ୍ପୋ,ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ,ଡ଼ ରଞ୍ଜନ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା, ଡାକ୍ତର ମନୋରଞ୍ଜନ ଦାଶ, ଅଭିନେତା ସୁବାଶିଷ ଶର୍ମା ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ପ୍ରଦୀପ ଜେନା ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୁ, କର୍ପୋରେଟର ଗଗନ ଓଝା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ କମିଟି ମୁଖପତ୍ର ନଗରୀ କଟକ ଉନ୍ମୋଚନ କରିଥିଲେ.କମିଟି ପକ୍ଷ ରୁ କ୍ୟାନ୍ସର ଥାଳସେମିୟା, ଅରଫାନ ପିଲାଙ୍କୁ ସହାୟତା ଦିଆଯାଇଥିଲା.ଏହି ଅବସରରେ ପ୍ରଥମେ ଯୁବ ସମାଜସେବି ସୌମିତ୍ର ଲେଙ୍କାଙ୍କୁ ସରୋଜ ମହାରଣା ସ୍ମୃତି ସେବା ସଂମ୍ମାନ ବରିଷ୍ଠ ଆଇନଜୀବୀ ସମୀର ମିଶ୍ର ଙ୍କୁ ଜାତୀୟ ଆଇନ ରତ୍ନ, ବନଜା ପଣ୍ଡାଙ୍କୁ ଓଡିଶା ଆଇନ ରତ୍ନ, ଡାକ୍ତର ସୁଧା ସେଠି,ଡାକ୍ତର ବିଦ୍ୟାପତି ଆଚାର୍ୟ୍ୟ, ଡାକ୍ତର ପ୍ରଦୀପ କୁମାର ନାୟକ,ଡାକ୍ତର ଶୁଚିସ୍ମିତା ଭୂଇୟା, ଡାକ୍ତର ଗୋବିନ୍ଦ ଚନ୍ଦ୍ର ସାହୁ, ଡ଼ ସସ୍ମିତା ପଟ୍ଟନାୟକଙ୍କୁ ଓଡିଶା ସେବା ରତ୍ନ ସଞ୍ଜୟ କୁମାର ମହାନ୍ତି ଙ୍କୁ ଓଡିଶା ନିର୍ମାଣ ରତ୍ନ, ଓଡିଶା ଶିଳ୍ପ ରତ୍ନ, ସିନେ ଅଭିନେତ୍ରୀ ହିମାଂଗି ଦତ୍ତଙ୍କୁ ଓଡିଶା ସିନେ ରତ୍ନ ଆଡ଼ ହସ୍ପିଟାଲ ଓ ସୃଷ୍ଟି ହସ୍ପିଟାଲଙ୍କୁ ଓଡିଶା ହେଲଥ କେୟାର ଏସିଲେନ୍ସ ଆୱାର୍ଡ ଓ ନିମ ଚଉରୀ ପୂଜା କମିଟି କୁ ଓଡିଶା ସଂସ୍କୃତି ରତ୍ନ ସଂମ୍ମାନ ପ୍ରଦାନ କରାଯାଇଥିଲା ।
ଉଦଯାପନୀ ସନ୍ଧ୍ୟାକୁ କମିଟି ପକ୍ଷରୁ ଦିବଂଗତ ଯୁବ ସମାଜସେବୀ ସରୋଜ ମହାରଣା ଉଦେଶ୍ୟ ରେ ସମର୍ପଣ କରାଯାଇଥିଲା । ପ୍ରଥମ ସାଂସ୍କୃତିକ ବିଚିତ୍ରା ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ରୁ ଆରମ୍ଭ ହୋଇଥିଲା । ଗୁରୁ ଜ୍ୟୋତି ରଞ୍ଜନ ଦାସଙ୍କ ନୃତ୍ୟଜ୍ୟୋତି କଳାକାର ମାନେ ଓଡିଶୀ ନୃତ୍ୟ ଅଭିନୟ କରିଥିଲେ । ଦ୍ୱିତୀୟ ଜ୍ଞାନ ରଞ୍ଜନ ନାୟକଙ୍କ କଳାକାର ମାନେ ସମ୍ବଲପୁରୀ ନୃତ୍ୟ କରିଥିଲେ । ତୃତୀୟରେ ସହାୟ ରରୁ ଆସିଥିବା ଅନ୍ତେବାସୀ ମାନେ ଜଗନ୍ନାଥ ଉପଶାଶ୍ରୀୟ ନୃତ୍ୟ କରିଥିଲେ. ପରେପରେ ମଜାକ ଡ୍ୟାନ୍ସ ଏକାଡେମୀ ର କଳାକାର ମାନେ ବାହାନଗା ଟ୍ରେନ ଦୁର୍ଘଟଣା ଉପରେ ଚିତାକର୍ଷକ ନୃତ୍ୟ ଅଭିନୟ ପରିବେଷଣ କରିଥିଲେ. ତ୍ରିବ୍ୟୁଟି ଡ୍ୟାନ୍ସ ଏକାଡେମୀ କଳାକାର ସେମି କ୍ଲାସିକାଲ ନୃତ୍ୟ ଅଭିନୟ କରିଥିଲେ.ପଶ୍ଚିମବଙ୍ଗରୁ ଆସିଥିବା କଳାକାର ଭାରତ ନାଟ୍ୟମ ନୃତ୍ୟ କରିଥିଲେ.ଶେଷରେ ହାର୍ଟ ବିଟ ଅନୁଷ୍ଠାନ ର ନିର୍ଦେଶକ ମହମ୍ମଦ ନସୀମ ତାଙ୍କ କଳାକାର ଙ୍କୁ ନେଇ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲ.ଅନୁଷ୍ଠାନ ପକ୍ଷରୁ ଉପ ସଭାପତି ସୁଧାକର କୁମାର ସାହି ସଭାପତିତ୍ୱ କରିଥିବା ବେଳେବେଳେ ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ. ବବିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ.କମିଟି ର କାର୍ୟ୍ୟକାରି ସଭାପତି ଡାକ୍ତର ଦୁର୍ଗା ଚରଣ ଦାଶ, ଉପଦେଷ୍ଟା ପଦ୍ମ ଲୋଚନ ମିଶ୍ର,ସଂଯୋଜିକା, ସବିତା ମହାନ୍ତି , ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ପ୍ରସାଦ,,ସୁଶାନ୍ତ ପାତ୍ର, ରଶ୍ମି ରଞ୍ଜନ ତ୍ରିପାଠୀ, ଜମ୍ବେଶ୍ୱର ମହାପାତ୍ର ବିଶ୍ୱଜିତ ସେନାପତି, ପଦ୍ମାଳୟା ବ୍ରାହ୍ମଚାରୀ,ସ୍ନେହାଶିଷ ଦାସ,ସୁବାଶିଷ ଦାସ ରାଜେଶ ଦାସ ପ୍ରମୁଖ ସହଯୋଗ କରିଥିଲେ.ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରକାଶ କୁମାର ନାୟକ, ଦେବଲିନା ଆଚାର୍ୟ୍ୟ ପରିଚାଳନା କରିଥିଲେ.