ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଶରରେ ଜାରି ହୋଇଛି ୧୪୪ ଧାରା । ସୂର୍ଯ୍ୟମନ୍ଦିର ନିକଟରେ ଥିବା ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେବାରୁ ୧୪୪ ଧାରା ଜାରି କରିଛି ପ୍ରଶାସନ ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀ ମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏନେଇ କୋଣାର୍କ ଥାନାରେ ୨ଟି ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ର ମିଳିତ ଭାବରେ ଦୁଇଦିନ ଧରି ଆଲୋଚନା କରିଥିଲେ ହେଲେ କୌଣସି ସମାଧାନର ବାଟ ନ ବାହାରିବାରୁ ୧୪୪ ଧାରା ଲାଗୁ ହୋଇଛି । ସେହି ଠାରେ ପ୍ରାୟ ୪୫୦ ବ୍ୟବସାୟୀ ଦୋକାନ ଦେଇଥିବା ବେଳେ ସମାଧାନ ନବାହାରିବା ପର୍ଯ୍ୟନ୍ତ କୌଣସି ବ୍ୟବସାୟୀ ଦୋକାନ ଖୋଲିପାରିବେ ନାହିଁ ବୋଲି କୁହାଯାଇଛି ।