ହଠାତ ଅଗ୍ନିକାଣ୍ଡ; ଜଳିଗଲା ୧୩ ବାସଗୃହ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଶେରଗଡ଼ ବ୍ଲକ ଅନ୍ତର୍ଗତ ଲାଉଗଡ ଗ୍ରାମରେ ଅଗ୍ନିକାଣ୍ଡ। ଗତକାଲି ମଧ୍ଯ୍ଯାହ୍ନ ସମୟରେ କୌଣସି କାରଣରୁ ନିଆଁ ଲାଗି ବାସଗୃହ ଗୁଡିକ ପୋଡିଯାଇଛି । ତେବେ ଖବରପାଇ ଶେରଗଡ଼ ଓ ହିଞ୍ଜିଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ନିଆଁ ଲାଗି ୧୩ଟି ପରିବାରର ୬ଟି ବାସଗୃହ ଓ ୭ଟି ଗାଇ ସହ ଗୁହାଳଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହା ପରେ ଗଞ୍ଜାମ ଜିଲ୍ଲାପାଳ ,ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର , ଉପଜିଲ୍ଲାପାଳ ଏବଂ ଶେରଗଡ଼ ବିଡ଼ିଓଙ୍କ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଡକ୍ରସ ପାଣ୍ଠିରୁ ପ୍ରତି ପରିବାରଙ୍କୁ ଦଶ ହଜାର ଟଙ୍କା ଓ ପାଲ ପ୍ରଦାନ କରାଯାଇଛି । ଏଥିସହିତ ସରକାରୀ ସ୍ତରରେ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି । ସେପଟେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏନେଇ ସ୍ଥାନୀୟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।