ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗତ କଛିଦିନ ତଳେ ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳରରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦାଫାଶ କରିଛି ପୋଲିସ । ଏହି ଲୁଟ ଘଟଣାରେ ସମ୍ପୃକ୍ତ ୧୨ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ମୁଖ୍ୟତଃ ଆସିକା ଏବଂ ଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୧ଲକ୍ଷ ୯୮ ହଜାର ଟଙ୍କା ସହ୬ ଟି ମୋଟର ସାଇକେଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଗଞ୍ଜାମ ଆଡଶୀନାଲ ଏସପି ବିଜୟ କୁମାର ମଲ୍ଲିକ ।