ବିଜୟ ଉତ୍ସବ ନାଁରେ ପାକିସ୍ତାନୀଙ୍କ ପାଗଳାମୀ

କରାଚି: ଟି-୨୦ ବିଶ୍ୱ କପ ଇତିହାସରେ ପାକିସ୍ତାନ ଭାରତ ପକ୍ଷରେ ନିଜର ପ୍ରଥମ ବିଜୟ ହାସଲ କରିଛି । ବିଜୟ ଖୁସିରେ ପାଗଳ ହୋଇ ଯାଇଛନ୍ତି ପାକିସ୍ତାନୀ ଫ୍ୟାନ୍ସ । ବିଜୟ ଉତ୍ସବ ନାଁରେ ରବିବାର ରାତିରେ ଇସଲାମାବାଦ,କରାଚି,ରାୱଲପିଣ୍ଡ ଏବଂ କ୍ୱେଟା ଭଳି ବଡ଼ ବଡ଼ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଫାଙ୍କାଗୁଳିଚାଳନା କରି ବିଜୟ ଉତ୍ସବ ମନାଇଛନ୍ତି । କେବଳ କରାଚି ସହରରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଫାଙ୍କା ଗୁଳିଚାଳନା ପାଇଁ ୧୨ ଜଣଙ୍କ ଦେହରେ ଗୁଳିବାଜିଛି । ସଭିଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ଜଣେ ସବ ଇନ୍ସପେକ୍ଟର ମଧ୍ୟ ଆହତ ହୋଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟି-୨୦ ବିଶ୍ୱ କପରେ ଦଳର ବିଜୟରେ ଅଭିନନ୍ଦନ ଜଣାଇଛନ୍ତି ।