ଆଜି ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ । ଅଖ ଚକ ଦୋକାନ ବଜାର ଠୁ ଆରମ୍ଭ କରି ସଵୁ ବନ୍ଦ । ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲ୍ଲା ମହିଳା ଏକତା ମଞ୍ଚ । ସକାଳ ୬ରୁ ସନ୍ଧ୍ୟା ୬ ଯାଏ ବନ୍ଦ ଡାକରା ଦିଆଯାଇଛି । ୪୯ ନଂ ଜାତୀୟ ରାଜପଥ ରଜାମୁଣ୍ଡା ଛକରେ ମହିଳା ଏକତା ମଞ୍ଚ ଓ ଯୁବ ଏକତା ମଞ୍ଚ ତରଫରୁ ରାସ୍ତା ଅବରୋଧ କରି ବିକ୍ଷୋଭ କରୁଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି । ଆନ୍ଦୋଳନ ତିବ୍ର ହେବାରୁ ଦେବଗଡ଼ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେବା ପରେ ରାସ୍ତାରେ ଯାତାୟତ ସ୍ବଭାବିକ ରହିଛି । ବାରମ୍ବାର ଦାବି ପରେ ମଧ୍ୟ ସରକାର ନଶୁଣିବାରୁ ବନ୍ଦ ଡାକରା ଦିଆଯାଇଛି । ଆଗରୁ ମଧ୍ୟ ଯୁଵ ଏକତା ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ବିଭିନ୍ନ ଦାବି ପରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ୯ମାସ ହେବ ପ୍ରତିଶୃତି ଦେଇଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ପୂରଣ କର ଯାଇନଥିବାରୁ ଅଖ ଚକ ବନ୍ଦ ଡାକରା ଦେଇଛି ଜିଲ୍ଲା ମହିଳା ଏକତା ମଞ୍ଚ ।