ଗଗନୟାନ ମିଶନ: ୧୦ ପାଇଲଟଙ୍କ ଚୟନ ଶେଷ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତର ଗଗନୟାନ ମିଶନ ପାଇଁ ବାୟୁସେନା ୧୦ ପାଇଲଟଙ୍କୁ ଚୟନ କରିଛି। ଏମାନଙ୍କ ମଧ୍ୟରୁ ଚୁଡାନ୍ତରେ ୩ ଜଣଙ୍କୁ ଚୟନ କରାଯିବ, ଯେଉଁମାନେ ୭ ଦିନ ଧରି ମହାକାଶ ଯାତ୍ରା କରିବେ। ଚୟନ ହୋଇଥିବା ସମସ୍ତ ପାଇଲଟ ଆସନ୍ତା ଡିସେମ୍ବରରୁ ରୁଷିଆରେ ତାଲିମ ନେବେ । ଇସ୍ରୋ ଏବଂ ବାୟୁସେନାର ମିଳିତ ସହଯୋଗରେ ଏହି ମିଶନ କାର୍ୟ୍ୟ କରିବ। ପାଇଲଟଙ୍କୁ ଶାରୀରିକ ଯାଞ୍ଚ୍‌, ପ୍ରୟୋଗଶାଳା ଯାଞ୍ଚ୍‌, ରେଡିଓଲୋଜିକାଲ୍‌ ଟେଷ୍ଟ୍‌, କ୍ଲିନିକାଲ୍‌ ଟେଷ୍ଟ୍‌ ଏବଂ ମନୋବୈଜ୍ଞାନିକ ଟେଷ୍ଟ୍‌ ଆଧାରରେ ଚୟନ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଥମେ ଏଥିପାଇଁ ଭାରତୀୟ ବାୟୁସେନା ୨୫ ଜଣ ପାଇଲଟ୍‌ଙ୍କୁ ଚୟନ କରିଥିଲା। ତେବେ ପ୍ରଥମ ପର୍ୟ୍ୟାୟ ପରୀକ୍ଷଣରେ ୧୦ ଜଣ ପାଇଲଟ ଚୟନ ହୋଇଛନ୍ତି। ଏହାପରେ ପରବର୍ତ୍ତୀ ପର୍ୟ୍ୟାୟ ପରୀକ୍ଷଣ କରାଯାଇ ଚୂଡ଼ାନ୍ତ ପର୍ୟ୍ୟାୟରେ ୩ ଜଣଙ୍କୁ ଚୟନ କରାଯିବ। ୨୦୨୨ରେ ସେମାନଙ୍କୁ ମହାକାଶ ଯାତ୍ରାରେ ପଠାଯିବ।