ସମ୍ବଲପୁର : ହୀରୀକୁଦ ଜଳଭଣ୍ଡାର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । କମିବା ଜଳସ୍ତରକୁ ଦେଖି ଆଜି ହୀରାକୁଦର ୧୦ଟି ଗେଟ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମ ରହିଥିବାରୁ ଗେଟ ବନ୍ଦ କରାଯାଇଛି । ବାମ ପଟରୁ ୭ଟି ଏବଂ ଡାହାଣ ପଟରୁ ୩ଟି ଗେଟ ବନ୍ଦ ଥିବା ସୂଚନା ମିଳିଛି । ପୂର୍ବରୁ ମୋଟ ୨୦ଟି ଗେଟ ଖୋଲା ଥିଲା ବର୍ତ୍ତମାନ ୧୦ ଗୋଟ ବନ୍ଦ ହୋଇଥିବାରୁ ୧୦ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଆଜି ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ରହିଥିଲା ୬୧୮.୩୩ ଫୁଟ୍ । ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୩୧୧ କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୧୨୬ କ୍ୟୁସେକ୍ ବନ୍ୟା ପାଣି ।