(ବରୀ, ଯାଜପୁର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୫୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତ ବ୍ୟକ୍ତଙ୍କ ବୟଷ୬୨ ବର୍ଷ । ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡିଛି । ତେବେ ଆକ୍ରାନ୍ତ ଜଣଙ୍କ କଲିକତାରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର କୌଣସି ଲକ୍ଷଣ ଦେଇାଯାଉ ନ ଥିଲା । କେବଳ ଯାଜପୁର ଜିଲ୍ଲାରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୫୭ ରେ ପହଞ୍ଚିଛି ପଜେଟିଭ ସଂଖ୍ୟା । ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେବି ୧୦୦ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।