ଗଞ୍ଜାମ(ରିପୋର୍ଟସ ଟୁଡେ) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ କ୍ରମେ ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।
ବ୍ରହ୍ମପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ସାହୁଙ୍କ ପତ୍ନୀ ମାନସୀ ସାହୁ, ପୋଲସରା ସମାଜର ସମ୍ବାଦଦାତା କିଶୋର ଚନ୍ଦ୍ରଙ୍କ ପତ୍ନୀ ସୁଦେଶନା ଦାସ, ସେରଗଡ ଅନୁପମ ଭାରତର କରୁଣାକର ସାହୁ ଙ୍କ ପତ୍ନୀ ସୁମନ ସାହୁ , ହିଞ୍ଜିଳିକାଟୁର ବ୍ଲକର ସାମ୍ବାଦିକ ନୀଳ ରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ ସନ୍ଧ୍ୟାରାଣି ପଟ୍ଟନାୟକ, ଓଡିଶା ଏକ୍ସପ୍ରେସର ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ପିତା ଆଦିକନ୍ଦ ବେହେରା , ବ୍ରହ୍ମପୁର ଓଡିଶା ଫାଇଲ୍ସର ସମ୍ପାଦକ ନରେଶ କୁମାର ବେହେରାଙ୍କ ପତ୍ନୀ ସୁମନ ଦାସ, ବାଲିପଦର ବ୍ଲକର କଳିଙ୍ଗ ଜୋତିର ସାମ୍ବାଦିକ ରତ୍ନାକର ମହାରଣାଙ୍କ ପତ୍ନୀ ନୟନୀ ମହାରଣାଙ୍କୁ ୧୫ ଲକ୍ଷ ଟଙ୍କା ର ସହାୟତା ରାଶୀ ପ୍ରଦାନ କରିଥିଲେ । ଦିବଂଗତ ସାମ୍ବାଦିକଙ୍କ ପରିବାର ପାଇଁ ଏହି ରାଶି ସହାୟକ ହୋଇପାରିବ ବୋଲି ଶ୍ରୀ କୁଲାଙ୍ଗ ଏହି ଅବସରରେ କହିଛନ୍ତି ।