(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ଖରା ଦିନେ ଘରେ ଛୋଟ ଛୁଆ ଆଇସ୍କ୍ରିମ ଖାଇବାକୁ ଜିଦ୍ ଧରି ବସିଥାନ୍ତି । ତେବେ ଫ୍ରିଜ୍ରେ ଖରା ଦିନେ ତରଭୁଜ ଉପଲବ୍ଧ ହୋଇଥାଏ । ଏହାରି ସାହାର୍ଯ୍ୟରେ ଆପଣ ବନାଇପାରିବେ ୱାଟରମେଲନ୍ ଆଇସି କ୍ରିମ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି ।
ଆବଶ୍ୟକୀୟ ସାମଗ୍ରୀ : ତରଭୁଜ-୫୦୦ଗ୍ରାମ,ଚିନି-୧୦୦ଗ୍ରାମ,ଚାଞର୍ଟ ମସଲା-୨ଚାମଚ,ପୋଦିନା ପତ୍ର-୫ଟି,ଲୁଣ-ଅଳ୍ପ, ।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ତରଭୁଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ତାକୁ ଗ୍ରାଇଣ୍ଡ କରିବା ପାଇଁ ଜାର୍ ନିଅନ୍ତୁ। ଜାର୍ରେ ତରଭୁଜ ଖଣ୍ଡ, ୩ରୁ ୪ଟି ପୁଦିନା ପତ୍ର, ଚାର୍ଟ ମସଲା, ଚିନି ଏବଂ ଅଳ୍ପ ଲୁଣ ପକାଇ ଗ୍ରାଇଣ୍ଡ କରିଦିଅନ୍ତୁ।
ଏହା ପରେ ତରଭୁଜ ଜୁସ୍କୁ ଏତ ପାତ୍ରରେ କାଢ଼ି ଦିଅନ୍ତୁ। ଛୋଟ ଛୋଟ ତରଭୁଜ ଖଣ୍ଡକୁ ମଧ୍ୟ ସେଥିରେ ପକାନ୍ତୁ। ଆପଣଙ୍କ ପାଖରେ ଯଦି ଆଇସିକ୍ରିମ ଷ୍ଟାଣ୍ଡ ନାହିଁ ତେବେ ଆପଣ ପ୍ଳାଷ୍ଟିକ୍ ଚା’ ଗ୍ଲାସ୍ ନେଇ ପାରିବେ।
ଚା’ ଗ୍ଲାସ୍ ନେଇ ସେଥିରେ ପୂର୍ବରୁ କରିଥିବା ଜୁସ୍ ଭର୍ତ୍ତି କରନ୍ତୁ। ଏହା ପରେ ପପ୍ସିକଲ୍ସ ତିଆରି ହେବା ପାଇଁ ଫ୍ରିଜ୍ରେ ୪ରୁ ୫ ଘଣ୍ଟା ଯାଏ ରଖି ଦିଅନ୍ତୁ। ଫ୍ରିଜ୍ରୁ କାଢ଼ି ସେଥିରେ ଆପଣ ଷ୍ଟିକ୍ ଲଗାନ୍ତୁ। ଏହା ପରେ ପପ୍ସିକଲ୍ସ୍ ଭଲରେ ଜମିବା ପାଇଁ ପୁଣି ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କର ୱାଟର୍ମେଲନ୍ ପପ୍ସିକଲ୍ସ୍। ଗରମ ଦିନେ ଏହାର ମଜା ଉଠାନ୍ତୁ।