(ନିଶ୍ଚିତ କୋଇଲି) : ସରକାର ଶିକ୍ଷାକୁ ସାର୍ବଜନୀନ କରିବାକୁ ସ୍କୁଲ ମାନଙ୍କରେ ମାଗଣାରେ ପୋଷାକଠାରୁ ଆରମ୍ଭ ଖରି ମଧ୍ୟାହ୍ନ ଭୋଜନ ଏବଂ ପଢିବା ପାଇଁ ମାଗନାରେ ବହି ଆଦି ଯୋଗ।।ଇ ଦେଲେ । ପିଲାମାନେ କିପରି ଶିକ୍ଷାରେ ଆହୁରି ଆଗକୁ ଯିବେ ସେଥିନିମନ୍ତେ ବ୍ଲକ ସ୍ତରରେ ବ୍ଲକ୍ ଶିକ୍ଷାଅଧିକାରୀ, ଅତିରକ୍ତ ବ୍ଲକ୍ ଶିକ୍ଷାଅଧିକାରୀ, ସିଆର୍ସିସିମାନେ ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆ ଯାଇଛି । କିନ୍ତୁ ସୁଧୁରି ନାହିଁ ଶିକ୍ଷା ବ୍ୟବସ୍ଥା । ନିଶ୍ଚିନ୍ତକୋଇଲି ବ୍ଳକ ତିଳକଣା ପଞ୍ଚାୟତ ଦେମାଣ୍ଡୋସ୍ଥିତ ଚନ୍ଦ୍ରଶେଖର ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ଶିକ୍ଷାର ଅବ୍ୟବସ୍ଥା । । ସୂଚନା ଅନୁଯାୟୀ , ଚନ୍ଦ୍ରଶେଖର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୮୯୨ ମସିହାରେ ସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ଥିବା ୮ଟି ଶ୍ରେଣୀରେ ବର୍ତ୍ତମାନ ୬୮ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ୩ ଜଣ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟଟି ଚାଲିଛି। ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷୟିତ୍ରୀ କିପରି ଶିକ୍ଷାଦାନ କରୁଥିବେ ତାହା ସହଜେ ଅନୁମେୟ। ବିଦ୍ୟାଳୟ ଚାରିପଟେ ପାଚେରି ନଥିବା କାରଣରୁ ଅନେକ ସମୟରେ ବିଦ୍ୟାଳୟ ପରିସରକୁ ବୁଲା ଗାଈଗୋରୁ, ଛେଳିମେଣ୍ଢା ପଶି ଆସୁଛନ୍ତି। ଅସାମାଜିକ ଯୁବକମାନେ ଅବାଧରେ ପରିସରରେ ପଶି ଆଡ଼ା ଜମାଉଛନ୍ତି। ବିଦ୍ୟାଳୟରେ ପାନୀୟ ଜଳର ସୁବନ୍ଦୋବସ୍ତ ନଥିବାରୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲର ଉତ୍ତମ ପରିଚାଳନା ଓ ସଠିକ୍ ଶିକ୍ଷାଦାନ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ସ୍କୁଲରେ ପରିଚାଳନା କମିଟି ଗଠନ କରାଯିବାର ବ୍ୟବସ୍ଥା ଥିବା ବେଳେ ଏହି ବିଦ୍ୟାଳୟରେ ଏପର୍ୟ୍ୟନ୍ତ ପରିଚାଳନା କମିଟି ଗଠନ କରାଯାଇ ପାରି ନାହିଁ। ଅପରପକ୍ଷରରେ ଶିକ୍ଷକ-ଶିକ୍ଷୟିତ୍ରୀ ଅଭାବ ହେତୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡିଛି।