୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ
ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଦିନ ୩ ଟା ସୁଦ୍ଧା ୬୨୪୧୯ ଜଣ ପୁରୁଷ ଓ ୫୯୯୬୩ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି
ଝାରସୁଗୁଡା :ଝାରସୁଗୁଡା ଉପନିର୍ବାଚନ ଚାଲିଛି ଭେଟ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭେଟ ଗ୍ରହଣ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଝାରସୁଗୁଡାବାସୀ ନିଜର ନେତା ବାଛିବାକୁ ବହୁ ସଂଖ୍ୟାରେ ଭୋଟର ଆସୁଛନ୍ତି। ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଜି ଭୋଟ ଦେଉଛନ୍ତି ଝାରସୁଗୁଡା ବାସି ।ଝାରସୁଗୁଡା ବାଚୁଛି ନିଜ ନେତା ଝାରସୁଗୁଡା ଉପ ନିର୍ବାଚନର ଭୋଟିଂ ସକାଳ ୭ ରୁ ଆରମ୍ଭ ହୋଇଛି। ଇଭିଏମରେ ଥିବା ତ୍ରୁଟିର ସମାଧାନ କରାଯାଇଛି । ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି ଏବଂ ଦିନ ୧ ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଦିନ ୩ ଟା ସୁଦ୍ଧା ୬୨୪୧୯ ଜଣ ପୁରୁଷ ଓ ୫୯୯୬୩ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି ।ସେହିପରି ଅନ୍ୟାନ ୭ ଜଣ ସର୍ବମୋଟ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି ।