(ଭୁବନେଶ୍ୱର) ; ଶସ୍ତାରୁ ହିନସ୍ତା । କମ ଟଙ୍କାର ଲୋଭ ଦେଖାଇ ନକଲି ସୁନାକୁ ଅସଲି କହି ବିକୁଥିଲେ ୨ ଠକ । ରାଜଧାନୀରୁ ଜବତ ହେଲା ୨କେଜି ନକଲି ସୁନା ଚେନ। ଅସଲି କହି ନକଲି ଜିନିଷ ଧରାଇ ଦେଉଥିଲେ । ସହିଦନଗର ଥାନା ପୋଲିସ ଏହି ନକଲି ସୁନାକୁ ଜବତ କରିବା ସହ ୨ ଠକକୁ ଗିରଫ କରିଛି । ସେମାନଙ୍କ ଠାରୁ ୨ କେଜି ନକଲି ସୁନା ଜବତ କରିଛି ସହିଦ ନଗର ପୋଲିସ । ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କ ଓ ମୋହନ ସୋଲାଙ୍କ । ଗିରଫ ଦୁଇ ଅଭିଯୁକ୍ତ ଛତିଶଗଡର ବୋଲି ଜଣାପଡିଛି ।