୨୯୭ କିଲୋ ଗଞ୍ଜେଇ ଜବତ: ଦୁଇ ଅଭିଯୁକ୍ତ ଗିରଫ

ଜ୍ୟୋତିରଞ୍ଜନ ଧର /ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ ପୁଲିସକୁ ମିଳିଛି ସଫଳତା । ସୂଚନା ରୁ ପ୍ରକାଶ ଯେ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅନୁଗୁଳ ଜିଲ୍ଲା ଖମାର ଥାନା ଅଧୂକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳି ସୂଚନା ପାଇଥିଲେ । ସୂଚନା ମିଳିବା ପରେ ସଦଳବଳ ଚଢାଉ କରି ଏକ ପାଣି ଟ୍ୟାଙ୍କର ସହ ଟ୍ରାକ୍ଟର ଜବତ କରିଥିଲେ । ଯାଞ୍ଚ ବେଳେ ସେଥୁରୁ ୨୯୭ କିଲୋ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ଘଟଣାରେ ଖମାର ପୁଲିସ ୨ ଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇଜଣ ଝାଡଖଣ୍ଡ ଅଞ୍ଚଳର ଅନୀଲ ସ ଏବଂ ଫୁଲଚନ୍ଦ ପରିହା ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଛି ବୋଲି ଖମାର ଆଇଆଇସି ସୂଚନା ଦେଇଛନ୍ତି ।