୨୨ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡର ଶିଳାନ୍ୟାସ

(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର) : ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ୨୨ଗୋଟି ଜିଲ୍ଲା ନିମନ୍ତେ ୫୫ ଟି ନୂତନ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି କ୍ଷ ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା କିଲିଟାରି ସ୍ଥିତ ଓସ୍ୱାନ ହଲ ଠାର କରୋନା କଟକଣା ପାଳନ ପୂର୍ବକ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପରିବହନ ବିଭାଗ ସହ ଏକ ସଂଯୋଗୀକରଣ ଶିଳାନ୍ୟାସ କାର୍ୟ୍ୟକ୍ରମ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା କ୍ଷ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଆଭାସୀ କାର୍ୟ୍ୟକ୍ରମ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ, କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ୟ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ଶ୍ରୀ ନିହାର ରଞ୍ଜନ କଁହର , ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ, ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ରବୀନ ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ତହସିଲଦାର ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ପ୍ରମୁଖ ଯୋଗଦାନ କରିଥିଲେ କ୍ଷ ଜିଲ୍ଲାପାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ଆଜି ଶିଳାନ୍ୟାସ କରାଯାଇଥିବା ୪ଗୋଟି ବ୍ଲକ ନିମନ୍ତେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଜିଲ୍ଲାର ସାମଗ୍ରିକ ବିକାଶ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଜନସାଧାରଣ ଙ୍କ ବହୁଦିନର ଆଶା ଓ ସ୍ବପ୍ନ କୁ ପୂରଣ କରିବ ବୋଲି ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି କ୍ଷ ଏହି ସମୟପୋଯୋଗୀ କାର୍ୟ୍ୟକ୍ରମ ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି ଓ