୨୦ କେଜିର ବଜ୍ରକାପ୍ତା ଉଦ୍ଧାର

 (ରିପୋରଟରର୍ସ ଟୁଡ଼େ): ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ଗୁମୁରାବିଟ୍ ଅଞ୍ଚଳ ରେ । ବଜ୍ରକାପ୍ତାର ଆନୁମାନିକ ଓଜନ ୨୦କେଜି ହେବ । ତାକୁ ଚମ୍ପୁଆ ରେଞ୍ଜ କାୟ୍ୟାଳୟକୁ ଅଣାଯାଇ ପରେ ଜଙ୍ଗଲରେ ଛାଡିଦିଆଯାଇଥିବା ରେଞ୍ଜ ଅଧିକାରୀ ଘାସିନାଥ ପାତ୍ର ସୂଚନା ଦେଇଛନ୍ତି । ଚମକପୁର ପଞ୍ଚାୟତ ଲୁଣଗୁଣ୍ଠାଣିଠାରେ ବଜ୍ରକାପ୍ତା ଜଙ୍ଗଲରୁ ଗାଁ ଆଡକୁ ଚାଲିଆସିଥିଲା। ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ପରେ ରେଞ୍ଜ ଅଧିକାରୀ ପହଂଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।