୨୦ରୁ ସ୍ୱାଭାବିକ ହେବ ସରକାରୀ ଅଫିସ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ୨୦ତାରିଖରେ ସ୍ୱାଭାବିକ ହେବ ସମସ୍ତ ସରକାରୀ ଅଫିସ । ଲକଡାଉନ ନିୟମ ଜାରୀ ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ ଓ କିଏ ଘରେ ରହି କାମ କରିବେ ସେ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ନୂଆ ନିୟମ ୨୦ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ ହୋଇଛି । ରାଜ୍ୟରେ ସମସ୍ତ ବିଭାଗ ମଧ୍ୟରୁ ୧୧ଟି କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗ ଆଶିଂକ କ୍ରିଟିକାଲ ବର୍ଗର ଚିହ୍ନଟ କରି ଅଫିସ କାର୍ଯ୍ୟକୁ ଏପ୍ରିଲ ୨୦ରୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଭାଗ ଓ ସରକାରୀ ଅଫିସ ଗୁଡିକ ୨୦ ତାରିଖରୁ କିଭଳି କାର୍ଯ୍ୟକ୍ଷମ ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷର ୁକେତେକ କଟକଣା ମଧ୍ୟ ଜାରୀ କରାଯାଇଛି । ତେବେ କ୍ରିଟିକାଲ ବିଭାଗ ମଧ୍ୟରେ ସାମିଲ ଥିବା ବିଭାଗ ହେଉଛି କୃଷି, ସମବାୟ, ନଗର ଉନ୍ନୟନ, ଜିଏ, ମତ୍ସପାଳନ, ସ୍ୱାସ୍ଥ୍ୟ ବିଭାଗ ରହିଛି । ସେହଭଳି ଗୃହ, ପଞ୍ଚାୟତୀରାଜ, ରାଜସ୍ୱ, ଶ୍ରମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ରହିଛି । ଏହି ବିଭାଗ ଗୁଡିକୁ ବାଦ ଦେଲେ ଅନ୍ୟ ସମସ୍ତ ଆଶିଂକ କ୍ରିଟିକାଲ ଭାବେ ବର୍ଗୀକୃତ କରାଯାଇଛି । ପୂର୍ବରୁ ଯେଉଁ ୧୧ଟି କ୍ରିଟିକାଲ ବିଭାଗ ଭାବେ ଚିହ୍ନଟ କରାଯାଇଥିଲା ସେହି ବିଭାଗ ଗୁଡିକର ସମସ୍ତ ଗ୍ରୃପ-ଏ ବର୍ଗର ଅଫିସରମାନେ ଅଫିସ ଆସିବେ । ଏହା ସହ ଗ୍ରୃପ-ବି, ସି, ଡି ଅଧିକାରୀମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଧିକାରୀ ଅଫିସ ଆସିବେ । ସେମାନେ ରୋଷ୍ଟର ବେସିସରେ ଅଫିସ ଆସିବାକୁ କୁହାଯାଇଛି । ସେହିପରି ଫିଲ୍ଡ ଅଫିସରମାନଙ୍କ କାର୍ଯ୍ୟ ସମ୍ପର୍କରେ ପ୍ରଶାସନିକ ବିଭାଗର ମୁଖ୍ୟମାନେ ଆବଶ୍ୟକ ନିଷ୍ଫତି ନେବେ ବୋଲି କୁହାଯାଇଛି । ।