୨ଟି ବ୍ୟାଙ୍କ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇଥିବା ୨ଟି ବ୍ୟାଙ୍କ ଲୁଟର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ୨୫ ବର୍ଷୀୟ ସୌମ୍ୟ ରଂଜନ ଜେନାକୁ ଗିରଫ କରାଯାଇଛି । ସେ ବ୍ୟାଙ୍କ ଋଣ ସୁଝିବା ପାଇଁ ଲୁଟ୍ କରିଥିବା କହିଛି। ଏହାସହ ଅଭିଯୁକ୍ତ ଠାରୁ ପୁଲିସ ୧୦ ଲକ୍ଷ ଟଙ୍କା, ଲୁଟରେ ବ୍ୟବହୃତ ଗାଡି ଓ ବନ୍ଧୁକ ଜବତ କରିଛି । ଲୁଟ କରିବା ପୂର୍ବରୁ ୟୁଟ୍ୟୁବରୁ ଅଭିଯୁକ୍ତ ଲୁଟ ଶିଖିଥିଲା ବୋଲି ସିପି ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ସୌମ୍ୟରଂଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନରେ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ସୁଝି ପାରିନଥିଲା । ଲୁଟ୍ ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ଚତୁରତାର ସହ ତଦନ୍ତ କରି ଅପରାଧିକୁ ଗିରଫ କରିଥିବା ପୁଲିସ କମିଶନର କହିଛନ୍ତି । ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଁଟ ରହିଛି ।