୧୧ କେଭି ବିଜୁଳି ତାରରେ ଲୁହାଛଡ଼ ବାଜି ଜଣେ ମୃତ; ୨ ସାଙ୍ଘାତିକ ଆହତ

( ସର୍ବେଶ୍ୱର ପାତ୍ର): ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ତୁମୁସିଂହା ଅନ୍ତର୍ଗତ ଗଜବୁରିରେ ନିର୍ମାଣାଧୀନ ହୋମିଓପାଥି ଡାକ୍ତରଖାନା ଲାଗି ଶ୍ରମିକମାନେ ଟ୍ରାକ୍ଟର୍‌ ସାହାଯ୍ୟରେ ଲୁହାଛଡ଼ ମୋଡୁଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଜୁଳି ତାରରେ ଲାଗିଯିବାରୁ ଜଣକର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ଶ୍ରମିକଜଣକ ହେଲେ ଧୋବା ବାହାଳି ହରିଜନ ସାହିର ଗୁରୁବାରୀ ବେହେରାଙ୍କ ପୁଅ ଶ୍ରୀକାନ୍ତ ବେହେରା। ଆହତ ଦୁହେଁ ହେଲେ ଅଖି ଜେନା ଓ ଅଜିତ ବେହେରା। ଦୁହିଁଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଆକସ୍ମିକ ବିୟୋଗାନ୍ତ ଘଟନାରେ ମର୍ମାହତ ଲୋକେ ଉତ୍ତେଜିତ ହୋଇ ରାସ୍ତ ଉପରେ ଶବ ରଖି ଆଲୁଅଝରଣ-ଭାଲୁମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରୁ ଉକ୍ତ ଟ୍ରାକ୍ଟର୍‌ ଡ୍ରାଇଭର୍‌ ଫେରାରା ହୋଇ ଯାଇଛି।