୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ହରିୟାଣାରୁ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶ ଦେଇ ଏକ ନିମ୍ନ ଚାପ ରେଖା ରହିଛି । ଏହା ପ୍ରଭାବରେ ୧୪ତାରିଖ ପର୍ୟ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରାବରେ ରାଜ୍ୟର ୧୦ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜ । ଏହି ସବୁ ଜିଲ୍ଲା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା ରହିଛି। ବରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅଦିନିଆ ବର୍ଷା ପ୍ରଭାବରେ ଫସଲ ଏବଂ ପନିପରିବା ନଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । । ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ଏସ୍ଆରସି ଆଡଭାଇଜରି ଜାରି କରିଛନ୍ତି । ଡାଲି ଏବଂ ତୈଳବୀଜ ଫସଲରେ ସାମାନ୍ୟ ବିଳମ୍ବ କରିବା ସହ ପନିପରିବା ତୋଳି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।