(ବ୍ୟୁରୋ) : ୟୁପି ହାଜତରେ ଯୁବକଙ୍କ ମୃତ୍ୟୁ । ପରିବାର ଲୋକେ ଅଣିଲେ ହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାସଗଞ୍ଜର ସଦର କୋଟାୱାଲି ହାଜତରେ । ସୂଚନା ଅନୁଯାୟୀ ମୃତ ଯୁବକଜଣକ ହେଲେ ସଦର କୋଟୱାଲି ଅଞ୍ଚଳର ନାଗଲା ସୟଦ ଆହରୋଲିନି ନିବାସୀ ଅଲତାଫଙ୍କ ପୁଅ ଚାନ୍ଦ ମିଆନ । ଅଲତାଫ କହିଛନ୍ତି, ମୁଁ ସୋମବାର ସନ୍ଧ୍ୟାରେ ମୋ ପୁଅକୁ ପୁଲିସକୁ ହସ୍ତାନ୍ତର କରିଥିଲି। ମାତ୍ର ୨୪ ଘଣ୍ଟା ପରେ, ମୋତେ ସୂଚନା ଦିଆଯାଇଥିଲା ଯେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।
ଅନ୍ୟ ପକ୍ଷରେ ପୁଲିସ କହିଛି ଯେ ପଚରାଉଚରା ସମୟରେ ଚାନ୍ଦ ମିଆନ ଶୌଚାଳୟ ଯିବାକୁ କହି ଯାଇଥିଲେ। ଯେତେବେଳେ ସେ ଦୀର୍ଘ ଧରି ଶୌଚାଳୟ ଭିତରୁ ପଦାକୁ ବାହାରି ନଥିଲେ, ସେତେବେଳେ ପୁଲିସ କର୍ମଚାରୀମାନେ ଅନୁସନ୍ଧାନ କରିବାକୁ ଯାଇ ଯେ ତାଙ୍କ ଶରୀର ଶୌଚାଳୟ ଭିତରେ ପାଇପ୍ରୁ ଝୁଲୁଛି। ପୁଲିସ କହିଛି ଯେ ଚାନ୍ଦ ମିଆନ ଏକ ଜ୍ୟାକେଟ୍ ପିନ୍ଧିଥିଲେ, ଯେଉଁଥିରେ ଏକ ଦଉଡ଼ି ଲାଗିଥିଲା। ସେ ସେହି ଦଉଡ଼ିରେ ଏକ ଫାଶ ତିଆରି କରିଥିଲେ ଏବଂ ଚଟାଣରୁ ଦୁଇ ଫୁଟ ଉଚ୍ଚତାରେ ଥିବା ପାଇପ୍ରୁ ଫାଶୀ ଦେଇଥିଲେ ବୋଲି ପୁଲିସ ଦାବି କରିଛ। ଏହି ଘଟଣାର କିଛି ସମୟ ପରେ ଏସପି ରୋହନ ପ୍ରମୋଦ ବାତ୍ରା ଇନ୍ସପେକ୍ଟରଙ୍କ ସମେତ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଏସ୍ପି ବାତ୍ରା କହିଛନ୍ତି ଯେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏକ ପ୍ରାଥମିକ ଅନୁସନ୍ଧାନରୁ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କ ଅବହେଳା ପ୍ରକାଶ ପାଇଥିଲା, ଯାହା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି ।