ନୂଆଦିଲ୍ଲୀ : ସାମ୍ବାଦିକ ଶ୍ୟାମ ମୀରା ସିଂଙ୍କ ନାମରେ ରୁଜୁ ହୋଇଥିବା ଉପା ଆଇନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଟୁଇଟରରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତ୍ରିପୁରା ପୋଲିସ ମୀରା ସିଂଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା । ଏନେଇ ସିଜିଆଇ ଏନଭି ରମନ୍ନା ଆଗାମୀ କିଛି ଦିନ ମଧ୍ୟରେ ମାମଲାର ଶୁଣାଣି ପାଇଁ ଏକ ତାରିଖ ନିର୍ଦ୍ଦାରଣ କରିବେ ।
ଓକିଲ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଅନେକ ସାମ୍ବାଦିକ ମାନଙ୍କ ବିରୋଧରେ ୟୁଏପିଏ, ଅପରାଧିକ ଷଡଯନ୍ତ୍ର ଆଦି ମାମଲ ରୁଜୁ କରିଛି ତ୍ରିପୁରା ପୋଲିସ ।