(ଋିପୋଟରର୍ସ ଟୁଡ଼େ): ଖରା ଦିନେ ସମସ୍ତଙ୍କର ପ୍ରାୟ ଲସି ପିଇବାକୁ ଇଚ୍ଛା ଥାଏ । ଆପଣ ମ୍ୟାଙ୍ଗୋ ଲସି, ଦହି ଲସି, ଷ୍ଟ୍ରବରୀ ଲସି ପିଇଥିବେ କିନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଡାଳିମ୍ବ ଲସି ବିଷୟରେ । ଏହା ପିଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର । ତେବେ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ମଧ୍ୟ ଅତି ସହି ।
ଆବଶ୍ୟକୀୟ ସାମଗ୍ରୀ: ଦହି-୧କପ୍, ଡାଳିମ୍ବ-୨ଟି, ଚିନି -ସ୍ୱାଦ ଅନୁସାରେ, ଅଳେଇଚ ପାଉଡର -୧ସ୍ପୁନ, ବରଫ- ୫ଖଣ୍ଡ ।
ପ୍ରସ୍ତୁତ ପ୍ରଣାଳି : ପ୍ରଥମେ ଡାଳିମ୍ବ ମଞ୍ଜି ବାହାର କରି ନିଅନ୍ତୁ । ଏହାକୁ ମିକ୍ସଚରରେ ପକାଇ ଜୁସ୍ ବାହାର କରି ନିଅନ୍ତୁ । ଏବେ ମିକ୍ସଚରରେ ଡାଳିମ୍ବ ଜୁସ୍, ଦହି, ଚିନି, ଅଳେଇଚ ପାଉଡର, ବରଫ ପକାଇ ମିକ୍ସଚର ଚଲାନ୍ତୁ । ଏବେ ସବୁ ମିକ୍ସ ହେଲା ପରେ ଏକ ଗ୍ଲାସରେ କାଢି ପରଷି ଦିଅନ୍ତୁ । ଏହାକୁ ଆପଣ ଡାଳିମ୍ବ ମଞ୍ଜି ପକାଇ ଗାର୍ଣ୍ଣିସ୍ ମଧ୍ୟ କରି ପାରିବେ ।